ଓଡ଼ିଶାଲାଇଭ୍ ବ୍ୟୁରୋ

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି। ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ବୋର୍ଡ ସଭାପତି ଜାହାନାରା ବେଗମ୍ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଆଜି ସାରା ରାଜ୍ୟର ୨୫୦ଟି ସେଣ୍ଟରରେ ଓଟିଇଟି ପରୀକ୍ଷା ହେବାର ଥିଲା। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଥିଲା।
ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍ ହେବା ସମ୍ପର୍କରେ ଖବର ଆସିଥିଲା। ପ୍ରଶ୍ନପତ୍ର ବିଭିନ୍ନ ସୋସିଆଲ ମିଡିଆରେ ଘୂରି ବୁଲିବା ଜଣାପଡ଼ିବା ପରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ପ୍ରଶ୍ନପତ୍ର ଲିକ୍ ଖବର ଜଣାପଡ଼ିବା ପରେ ବୋର୍ଡ ପକ୍ଷରୁ ଆଜି ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା।


















