ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମୁକାବିଲା ମେଲବର୍ଣ୍ଣ ଠାରେ ଆରମ୍ଭ ହୋଇଛି। ଟସ୍‌ ଜିତି ଟିମ୍‌ ଇଣ୍ଡିଆ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ୩ ମ୍ୟାଚ ବିଶିଷ୍ଟ  ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମେ ବ୍ୟାଟିଂ କରିବେ।

ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ଭିତରେ  ସିରିଜ ୧-୧ରେ ସିରିଜ ବରାବର ରହିଛି। ତେଣୁ ଉଭୟ ଦଳ ଆଜିର ମ୍ୟାଚ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି।

ଆଜିଯାଏଁ ଭାରତ ଅଷ୍ଟ୍ରେଲିଆ ମାଟିରେ କୌଣସି ଦ୍ଵିପାକ୍ଷିକ ସିରିଜ ଜିତି ନାହିଁ। ଟିମ୍‌ ଇଣ୍ଡିଆ ପାଖରେ ଏହି ସିରିଜ ଜିତି ଆଉ ଏକ ଇତିହାସ ରଚିବାର ସୁଯୋଗ ରହିଛି।

ଦିନିକିଆର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲାବେଳେ ଦ୍ଵିତୀୟ ମ୍ୟାଚରେ ଭାରତ ବିଜୟୀ ରହିଛି। ଶେଷ ମ୍ୟାଚରେ ଭାରତ ଜିତିବାକୁ ଲକ୍ଷ୍ୟ ରଖିଛି।

Comment