ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଜଣେ ପାଇଲଟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଜଣେ ପାଇଲଟ ବିମାନର ଝରକା ଭିତରେ ପଶିବାକୁ ଉଦ୍ୟମ କରୁଛନ୍ତି। ସବୁଠୁ ମୁଖ୍ୟ କଥା ହେଉଛି, ପାଇଲଟ ଜଣଙ୍କ ତରତର ହେଉକି ଭୁଲରେ ଘରେ ଚାବି ଛାଡ଼ି ଦେଇଆସିଛନ୍ତି।  ଏହି ଭିଡିଓଟି ହିଥ୍ରୋ ଏୟାରପୋର୍ଟର ଟର୍ମିନାଲ ୨ର।

ଅତି ବିପଜ୍ଜନକ ଭାବେ ପାଇଲଟ ଜଣଙ୍କ ଶରୀରକୁ ବିମାନର ଛୋଟ ଝରକା ଭିତରେ ପଶିବାକୁ ଉଦ୍ୟମ କରୁଛନ୍ତି। ପାଇଲଟଙ୍କ ଗୋଟିଏ ଗୋଡ଼ କକପିଟରେ ଥିବାବେଳେ ଅନ୍ୟ ଗୋଡ଼ଟି ବାହାରେ ରହିଛି।

ଯେତେବେଳେ ପ୍ଲାଟଫର୍ମ ଦୋହଲିବା ଆରମ୍ଭ କରୁଥିଲା ପାଇଲଟଙ୍କ ଚେଷ୍ଟା ଫେଲ୍ ମାରୁଥିଲା।  ଏହାରି ଭିତରେ ଅନ୍ୟ ଜଣେ ପାଇଲଟ ତାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛି। ତେବେ ଏହି ପାଇଲଟଙ୍କ ପ୍ରକୃତ ପରିଚୟ ଜଣାପଡ଼ିନି। ବ୍ରିଟିଶ ଏୟାରୱେଜର ଜଣେ ପାଇଲଟ ଟ୍ୱିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି।

Comment