ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଏମିତି ଏକ ଗାଁରେ ରହିଛି ଯେଉଁଠି କେବଳ କୋଟିପତି ହିଁ ବାସକରୁଛନ୍ତି। ସବୁଠୁ ମୁଖ୍ୟ କଥା ହେଉଛି ଏହି ଗାଁର ପ୍ରତି ଲୋକଙ୍କ ଘରେ ହେଲିକପ୍ଟର ରହିଛି।

ସାଧାରଣତଃ ଗାଁରେ କେବଳ ଶ୍ରମିକ ଶ୍ରେଣୀର ଏବଂ ଝୁମ୍ପୁଡି ଘରେ ରହୁଥିବା ଲୋକ ବାସକରନ୍ତି। ସବୁବେଳେ ଚାଷ କାମ କରୁଥିବାରୁ ସେମାନଙ୍କର ଆର୍ଥିକ ବିକାଶ ହୋଇପାରିନଥାଏ ବୋଲି ଏଭଳି ମାନସିକତା ରଖିଥାନ୍ତି ସହରୀ ଲୋକେ।

କିନ୍ତୁ ବିଶ୍ୱରେ ଏମିତି ଏକ ଗାଁରେ ରହିଛି ଯେଉଁଠି କେବଳ କୋଟିପତି ହିଁ ବାସକରୁଛନ୍ତି। ସବୁଠୁ ମୁଖ୍ୟ କଥା ହେଉଛି ଏହି ଗାଁର ପ୍ରତି ଲୋକଙ୍କ ଘରେ ହେଲିକପ୍ଟର ରହିଛି। ଏଠାକାର ଲୋକେ ଯିବାଆସିବା ପାଇଁ ସାଧାରଣତଃ ହେଲିକପ୍ଟର ଉପରେ ନିର୍ଭର କରିଥାନ୍ତି । 

ଏହି ଗାଁର ନାଁ ହେଉଛି ‘ହୁ ଅକ୍ସି । ବିଶ୍ୱରେ ଏହା ଏଭଳି ଏକ ଗାଁ ଯେଉଁଠି ଧନ ଦୌଲତରେ ବୁଡ଼ି ରହିଛି। ଗାଁର ପ୍ରତି ବ୍ୟକ୍ତିଙ୍କ ସହିତ ସମାନ ବ୍ୟବହାର କରାଯାଇଥାଏ। ଗାଁରେ ରହିବା ପାଇଁ ଘର ଏବଂ ଗାଡ଼ି ଦିଆଯାଇଥାଏ। ବିଶ୍ୱର ପ୍ରଥମ ଗାଁ ଯାହା ସମ୍ପୂର୍ଣ୍ଣ ଭାବେ ସାମାଜିକ ଭିତ୍ତିକ।  ୧୯୬୦ ମସିହାରେ ଚୀନରେ ବୃ ରେନବାଓ ନାମକ ପ୍ରସିଦ୍ଧ ନେତା ଏହି ଗାଁକୁ ନିର୍ମାଣ କରିଥିଲେ।

ବୃ ରେନବାଓ ଫର୍ଟିଲାଇଜର ସ୍ପ୍ରେ କେନ୍ ଫ୍ୟାକ୍ଟ୍ରି ନିର୍ମାଣ କରିବା ସହ ବେରୋଜଗାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଥିଲେ। ଗାଁର ଉନ୍ନତି ପାଇଁ ସେ କମ୍ପାନିର ଲାଭାଶଂକୁ ବିନିଯୋଗ କରୁଥିଲେ। ଗାଁର ପ୍ରତି ବ୍ୟକ୍ତିଙ୍କ ଆକାଉଣ୍ଟରେ ପାଖାପାଖି ଦେଢ଼ କୋଟି ଟଙ୍କା ରହିଛି। ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ ଲୋକେ ହେଲିକପ୍ଟର କିମ୍ବା ଟ୍ୟାକ୍ସି ଉପରେ ନିର୍ଭର କରିଥାନ୍ତି। ଏଭଳି ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ଲଗଜୁରୀ ଲାଇଫକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି।

ଏହି ଗାଁ ଭିତରେ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ଅଷ୍ଟ୍ରେଲିଆର ପ୍ରସିଦ୍ଧ ଅଫେରା ହାଉସ୍ ନିର୍ମିତ ହୋଇଛି ଯାହା ଗାଁର ଶୋଭାକୁ ବଢ଼ାଇବା ସହ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛି। ଯେପର୍ଯ୍ୟନ୍ତ ସେହି ଗାଁରେ ଲୋକେ ବାସ କରୁଥିବେ ସେପର୍ଯ୍ୟନ୍ତ ସମସ୍ତ ସୁବିଧା ଲୋକଙ୍କୁ ଦିଆଯିବ। ଯଦି ଗୋଟିଏ ଗାଁ ଛାଡ଼ି ଅନ୍ୟ ଗାଁକୁ ଯିବାକୁ ଇଚ୍ଛା କରନ୍ତି ତାହାଲେ ସମସ୍ତ ସମ୍ପତ୍ତି ଛାଡ଼ି ଯିବାକୁ ପଡ଼ିବ। ଗାଁରେ ୭୨ ମହଲା ବିଶିଷ୍ଟ କୋଠା ରହିଛି, ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here