ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଧନୁଯାତ୍ରାର ଅନ୍ତିମ ଦିବସ। କୃଷ୍ଣଙ୍କ ହାତରେ ହେବ କଂସଙ୍କ ବଧ। ଧର୍ମର ହେବ ଜୟ। ଉଗ୍ରସେନଙ୍କ ରାଜ୍ୟଭିଷେକ ସହ ଉଦ୍‌ଯାପିତ ହେବ ବରଗଡ଼ ଧନୁଯାତ୍ରା।

ଦୀର୍ଘ ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ଅନ୍ତିମ ଦିବସ। ଶେଷ ଦିବସରେ ମଥୁରା ନଗରୀରେ ଆଜି ଧର୍ମର ଜୟ ହୋଇ କୃଷ୍ଣଙ୍କ ହାତରେ କଂସ ମହାରାଜାଙ୍କ ବଧ ହେବ।

Kansha Maharaja baragarh Dhanu Yatra

ଧନୁଯାତ୍ରାର ଶେଷ ଦିନରେ କଂସ ଓ କୃଷ୍ଣଙ୍କ ମଧ୍ୟରେ ଲଢ଼େଇ ହେବ। ଏହାପରେ ମହାପ୍ରତାପୀ କଂସଙ୍କୁ କୃଷ୍ଣ ବଧ କରିବେ। ଆଜି ପରଠୁ ମଥୁରା ନଗରୀରେ ଅନ୍ୟାୟ, ଅତ୍ୟାଚାର ବିଲୋପ ଘଟି ଧର୍ମର ଜୟ ହେବ।

ରାଜ ଦରବାର ମଞ୍ଚର ଆଭିମୁଖ୍ୟ ହେଉଛି କଂସକୈନ୍ଦ୍ରିକ। ‘କଂସ’ ହିଁ ଏଇଠି ଆରମ୍ଭ, କଂସ ହିଁ ଏଇଠି ଶେଷ।

Kansha Death at Baragarh Dhanu yatra

ଉଦ୍‌ଯାପନୀ ପରେ ରାଜ ଦରବାର ରଙ୍ଗମଞ୍ଚରୁ କଂସ ଏବଂ ଅନେକ କଳାକାର ଉଭେଇଯିବେ। ରାଜଦରବାର ହେଉଛି କଂସଙ୍କର। ଯାହାସବୁ ଘଟେ ତାହା ସବୁବି କଂସଙ୍କର। ‘କଂସ’ ହିଁ ରାଜ ଦରବାରର ମୂଳଉତ୍ସ, ବାକି ସବୁ ଚରିତ୍ର ନିମିତ୍ତ ମାତ୍ର। ବିନା କଂସରେ ରାଜଦରବାରରେ ଚମକ ନଥାଏ। ନଥାଏ ଦର୍ଶକଙ୍କ ଆଗ୍ରହ। କଂସଙ୍କ ଉପସ୍ଥିତି ହିଁ ବାନ୍ଧି ରଖିଥାଏ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଅନେକ ସମୟ ଧରି। କଂସ ଏହି ଦରବାରରେ ଅନେକଙ୍କୁ କଲବଲ କରନ୍ତି, ତଥାପି ସେ ଦର୍ଶକମାନଙ୍କର ଆପଣାର ହୋଇଯାଆନ୍ତି। ଧନୁଯାତ୍ରା ପରେ ଚରିତ୍ରରୁ କଂସ କଳାକାର ଦୂରେଇ ଯାଆନ୍ତି ସିନା, ହେଲେ ଅନେକ ସ୍ମୃତି ଛାଡ଼ି ଦେଇଥାନ୍ତି ହାଟପଦାରେ।

Comment