ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଘାଟି ତଳକୁ ମିନଟ୍ରକ ଖସି ୭ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାଲିଗୁଡ଼ାରେ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବ୍ରହ୍ନପୁର ମେଡିକାଲରେ ଆହତଙ୍କ ଚିକିତ୍ସା ଚାଲିଛି। ଆହତଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଛି। ସେପଟେ ମେଡିକାଲରେ ଆସି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ।

ଏ ନେଇ ପରିବହନ ମନ୍ତ୍ରୀ ନୃଶିଂହ ସାହୁ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,”ଲୋକ ସଚେତନ ହେବାର ଆବଶ୍ୟକତା ରହୁଛି। ବାଲିଗୁଡ଼ା ଦୁର୍ଘଟଣା ବାବଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆରଟିଓଙ୍କୁ ରିପୋର୍ଟ ମଗାଯାଇଛି।”

Comment