ଓଡ଼ିଶାଲାଇଭ୍ ବ୍ୟୁରୋ

ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ମନ୍ତ୍ରୀ କହିଛନ୍ତି,”ଲୋକ ସଚେତନ ହେବାର ଆବଶ୍ୟକତା ରହୁଛି। ବାଲିଗୁଡ଼ା ଦୁର୍ଘଟଣା ବାବଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆରଟିଓଙ୍କୁ ରିପୋର୍ଟ ମଗାଯାଇଛି।”

କନ୍ଧମାଳ ବାଲିଗୁଡା ବ୍ରାହ୍ମଣୀ ଗାଁ ନିକଟରେ ଘାଟିକୁ ମିନିଟ୍ରକ ଖସିବା ଘଟଣାରେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ଏହା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଏ ନେଇ ପରିବହନ ମନ୍ତ୍ରୀ ନୃଶିଂହ ସାହୁ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,”ଲୋକ ସଚେତନ ହେବାର ଆବଶ୍ୟକତା ରହୁଛି। ବାଲିଗୁଡ଼ା ଦୁର୍ଘଟଣା ବାବଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆରଟିଓଙ୍କୁ ରିପୋର୍ଟ ମଗାଯାଇଛି।”

ସେପଟେ ମେଡିକାଲରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ। ପରିବାର ଲୋକଙ୍କୁ ଖବର ଦିଆଯାଉଛି। ତେବେ କେଉଁ କାରଣ ଯୋଗୁଁ ୪୦ଫୁଟ ତଳକୁ ମିନିଟ୍ରକଟି ଖସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏବେ ଏ ନେଇ ଅନେକ ପ୍ରଶ୍ନ ଉଠୁଛି।

Comment