ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳର ଦୁଇ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏହି ଦୁଇଜଣ ହେଲେ ଭାପୁର ବ୍ଲକ ବଡ଼ଶହରା ଗ୍ରାମ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ବଳଭଦ୍ର ସ୍ୱାଇଁ ଓ ନୂଆଗାଁ ବ୍ଲକ ମାଳିସାହି ଗ୍ରାମ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦାସ

ଚୁକ୍ତିଭିତ୍ତିକ ଏହି ଦୁଇ ଗ୍ରାମ ରୋଜଗାର ସେବକଙ୍କ ନାମରେ ଅର୍ଥ ହେରଫେର, ଜାଲ ଦସ୍ତଖତ କରି ମିଥ୍ୟା ବିଲ୍ କରାଇବା ଆଦି ଅଭିଯୋଗ ହୋଇଥିଲା ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଜିଲ୍ଲାପାଳ ପୋମା ଟୁଡ଼ୁ ଦୁଇ ଗ୍ରାମ ରୋଜଗାର ସେବକଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତିଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। 

ଗ୍ରାମାଞ୍ଚଳର ଗରୀବ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କ ଲାଗି ସରକାରୀସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି ସେସବୁର ସଠିକ୍ ରୂପାୟନରେ ସହଯୋଗ କରିବା ପରିବର୍ତ୍ତେ ଅର୍ଥ ହେରଫେର, ମିଥ୍ୟାବିଲ ପ୍ରସ୍ତୁତ ଏବଂ କେତେକ ଜବ୍ କାର୍ଡଧାରୀଙ୍କ ନାମ ସରକାରୀ ତାଲିକାରୁ ଉଚ୍ଛେ କରିବା ଅଭିଯୋଗରେ ଚୁକ୍ତିଭିତ୍ତିକ ଦୁଇ ଗ୍ରାମ ରୋଜଗାର ସେବକଙ୍କ ବିରୋଧରେ ଜିଲ୍ଲାପାଳ ଏପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି

Tags: #RuralDevelopment #GramarojagarSebak #Suspent #Nayagarh #Collector

LEAVE A REPLY

Please enter your comment!
Please enter your name here