ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ଦଳକୁ ହରାଇବା ପରେ ଟିମ୍‌ ଇଣ୍ଡିଆର ଫୋକସ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌।

ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ହରାଇ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଅଭିମୂଖେ ଯାତ୍ରା କରିଛି। ରବିବାର ୨୦ ଜାନୁଆରୀରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚି ସାରିଛି। ନ୍ୟୁଜ୍‌ଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଓ ୩ଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ।

ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ୨୩ ଜାନୁଆରୀଠାରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ନ୍ୟୁଜିଲାଣ୍ଡ ନେପିୟରର ମେକ୍‌ଲିନ ପାର୍କ ଷ୍ଟାଡିୟମରେ ବୁଧବାର ସିରିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ସେହିପରି ଆସନ୍ତା ଫେବୃଆରୀ ୩ରୁ ୱେଲିଂଟନ୍‌ର ୱେଷ୍ଟପାକ୍‌ ଷ୍ଟାଡିୟମ୍‌ରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ।

ଅନ୍ୟପଟେ ବିବାଦୀୟ ମନ୍ତବ୍ୟ ପାଇଁ ଭାରତୀୟ କ୍ରିକେଟ ଦଳରୁ ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡିଆଙ୍କୁ ବ୍ୟାନ୍‌ କରାଯାଇଛି। ଏମାନଙ୍କ ବଦଳରେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଓ ଯୁବା ଓପ୍‌ନର ଶୁଭମନ ଗିଲଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି।

ବୁଧବାର ଭାରତୀୟ ସମୟ ଅନୁସାରେ ସକାଳ ୭.୩୦ରୁ ଷ୍ଟାର ସ୍ପୋର୍ଟସ୍‌ରେ ଏହି ମ୍ୟାଚର ଲାଇଭ୍‌ ଟେଲିକାଷ୍ଟ ଆପଣ ଦେଖିପାରିବେ।

Comment