ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସରେ କମାଲ୍ ଦେଖାଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ମାଉଣ୍ଟ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତ ବିଜୟୀ ହୋଇଛି।

୩୨୫ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ୪୦.୨ ଓଭରରେ ୨୩୪ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି।

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଦୁଇ ଓପନର୍ ରୋହିତ ଶର୍ମା ଏବଂ ଶିଖର ଧାବନ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆର ସ୍କୋରକୁ ଆଗକୁ ନେଇଥିଲେ। ଧାବନ ୬୭ଟି ବଲ୍ ଖେଳି ୯ଟି ଚୌକା ମାରି ୬୬ ରନ କରିଥିବା ବେଳେ ରୋହିତ ଶର୍ମା ୮୭ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ।

ଅଧିନାକୟ ବିରାଟ କୋଡଳି ୪ ରନ୍ କରିଥିବା ବେଳେ ଅମ୍ବାତି ରାଇଡୁ ୪୭ ରନ କରିଥିଲେ। ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନି ଏବଂ କେଦାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୩୨୪ ରନ୍ କରିବାକୁ ସମର୍ଥ ହୋଇଥିଲା।

୮୭ ରନ୍ କରି ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here