ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରିପେଡ୍‌ ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ଯାତ୍ରୀମାନେ ବିମାନବନ୍ଦରରେ ଖୋଲାଯାଇଥିବା କାଉଣ୍ଟରକୁ ଯାଇ ଟ୍ୟାକ୍ସି ବୁକ୍‌ କରିପାରିବେ। ଏବଂ ସେଠାରୁ ଟ୍ୟାକ୍ସି ବୁକିଂ କରି ଗନ୍ତବ୍ୟସ୍ଥଳ ଯାଇପାରିବେ। ପ୍ରଥମ ୫କିଲୋମିଟର ପର୍ଯ୍ୟନ୍ତ ୨୧୦ଟଙ୍କା ଭଡ଼ା ରହିଛି। ଏହାପରେ କିଲୋମିଟର ପିଛା ଭଡ଼ା ଦେବାକୁ ପଡ଼ିବ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରିପେଡ୍‌ ସେବା କମିଶନରେଟ ପୋଲିସ, ବିଜୁ ପଟ୍ଟନାୟକ ବିମାନବନ୍ଦରର କର୍ତ୍ତୃପକ୍ଷ ଏବଂ ବିମାନବନ୍ଦରର ଟ୍ୟାକ୍ସି ସଂଘ ପକ୍ଷରୁ ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଏହି ସେବା ଟର୍ମିନାଲ ୧ରେ ଆରମ୍ଭ ହୋଇଛି। ଆଗାମୀ ଦିନରେ ଟର୍ମିନାଲ ୨କୁ ସମ୍ପ୍ରସାରଣ ହେବ।

ଏହି ପ୍ରିପେଡ୍‌ ସେବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଉଦ୍‌ଘାଟନ କରିଥିଲେ।

LEAVE A REPLY

Please enter your comment!
Please enter your name here