ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଗିଲା ଏକ ନୂଆ ରାଡାର୍‌। ଏହାକୁ ଉଦ୍‌ଘାଟନ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଅମିତ ବାନାର୍ଜୀ। ଏହି ଅବସରରେ ବିମାନବନ୍ଦରର ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

୪ କୋଟି ଟଙ୍କା ବିନିମୟରେ ଏହି ରାଡାର୍‌ ନିର୍ମାଣ ହୋଇଛି। ଏହା ମାଧ୍ୟମରେ ବିମାନ ଚଳାଚଳ, ଗତିବିଧି, ଲ୍ୟାଣ୍ଡିଂ ଓ ଉଡ଼ାଣ ଉପରେ ନଜର ରଖାଯିବ। ଏଭଳି ରାଡାର୍‌ ବିମାନ ଅପହରଣ ଓ ଅଘଟଣ ସମ୍ପର୍କରେ ସୂଚନା ଦେଇ ପାରିବ।

Comment