ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଛି ସର୍ବଶ୍ରେଷ୍ଠ ଏୟାରପୋର୍ଟ ପୁରସ୍କାର। ୨୦୧୮ ମସିହା ପାଇଁ ଆକାର ଓ ଅବସ୍ଥିତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ବମାନବନ୍ଦର ‘ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି’ ପୁରସ୍କାର ପାଇଛି। ଏନେଇ ଏୟାରପୋର୍ଟ ନିର୍ଦ୍ଦେଶକ ସୁରେଶ ହୋତା ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଶ୍ରୀ ହୋତା କହିଛନ୍ତି, “ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)କୁ ଆକାର ଓ ଅବସ୍ଥିତି କ୍ଷେତ୍ରରେ ସର୍ବଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ଏସିଆ-ପାସିଫିକ୍‌ ୨ରୁ ୫ ମିଲିୟନ୍‌ କାଟାଗୋରୀ କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦରକୁ  ମିଳିଛି ଏହି ପୁରସ୍କାର।”

ଏହି ରାଙ୍କ୍‌ରେ ଭୁବନେଶ୍ୱର ବିମାନବନ୍ଦର ପଛରେ ଯଥାକ୍ରମେ ଚଣ୍ଡିଗଡ଼ ଏୟାରପୋର୍ଟ, ଇନ୍ଦୋରର ଦେବୀ ଅହିଲ୍ୟାବାଇ ଏୟାରପୋର୍ଟ, ଇଣ୍ଡୋନେସିଆର ଏସ୍‌ଏମ୍‌ ବଦରୁଦ୍ଦିନ୍‌-୨ ଏୟାରପୋର୍ଟ ଓ ଚୀନର ୟଚାଙ୍ଗ୍‌ ସାନ୍‌ସିଆ ଏୟାରପୋର୍ଟ ରହିଛି।

ଆସନ୍ତା ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଦ୍ୱିତୀୟ ଗ୍ଲୋବାଲ ସମିଟ୍‌ରେ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ‘ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି’ ପୁରସ୍କାର ଦିଆଯିବ।

Comment