ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ଅନେକ ଦେଶ ଆଜି ବିକଶିତ ଦେଶ ଭାବେ ମାନ୍ୟତା ପାଇଛନ୍ତି। ସେହିଭଳି ଅନ୍ୟ କେତେକ ଦେଶ ବିକାଶଶୀଳ ଦେଶ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ବିଶ୍ୱରେ ଆଜି ବି ଏଭଳି କିଛି ଦେଶ ଅଛି ଯେଉଁ ଦେଶରେ ଗୋଟିଏ ବିମାନବନ୍ଦର ବି ଦେଖିବାକୁ ମିଳେନାହିଁ।

ଏହି ଲିଷ୍ଟରେ ପ୍ରଥମେ ରହିଛି ୟୁରୋପର ଅଣ୍ଡୋରା ନାମକ ଏକ ଛୋଟ ଦେଶ। ଏହି ଦେଶ କୌଣସି ପ୍ରକାର ଏୟାରପୋର୍ଟର ସୁବିଧା ନାହିଁ। ତେବେ ଏହି ଦେଶରେ କେବଳ ତିନୋଟି ବେସରକାରୀ ହେଲିପ୍ୟାଡ୍ ରହିଛି।ସେହିଭଳି ୟୁରୋପର ଆଉ ଏକ ଦେଶର ନାଁ ହେଉଛି ମୋନାକୋ। ଏହି ଦେଶରେ ମଧ୍ୟ କୌଣସି ବିମାନବନ୍ଦର ନାହିଁ। ଦୁନିଆରେ ଏହି ଦେଶକୁ ଦ୍ୱିତୀୟ ସୁବୁଠୁ କ୍ଷୁଦ୍ର ଦେଶ ବୋଲି କୁହାଯାଇଥାଏ। ଏଥିସହ ୟୁରୋପର ସେନ୍ ମୈରିନୋ, ଭାଟିକାନ୍ ସିଟିରେ ମଧ୍ୟ କୌଣସି ପ୍ରକାର ବିମାନବନ୍ଦର ଦେଖିବାକୁ ମିଳିନଥାଏ। ଏଠାକାର ଲୋକମାନେ ବିମାନ ସେବା ପାଇଁ ଅନ୍ୟ ଦେଶ ଉପରେ ଭରସା କରିଥାନ୍ତି।

Comment