ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ନେତାଙ୍କ ଶକ୍ତି ପ୍ରଦର୍ଶନ
  • ନାଚିଲେ ସମ୍ବିତ, ସ୍କୁଟରରେ ଗଲେ ରଣେନ୍ଦ୍ର ପ୍ରତାପ
  • ରାଉରକେଲାରେ ଦିଲ୍ଲୀପଙ୍କ ବିଶାଳ ଶୋଭାଯାତ୍ରା

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ବିରାଟ ଶୋଭାଯାତ୍ରାରେ ଆସି ଶକ୍ତି ପ୍ରଦର୍ଶନ କଲେ ବିଭିନ୍ନ ଦଳର ହେଭିଓ୍ଵେଟ ନେତା। ମନ୍ଦିରରେ ପୂଜାର୍ଚ୍ଚନା ସାଙ୍ଗକୁ ବିରାଟ ଶୋଭାଯାତ୍ରାରେ ରାସ୍ତାଘାଟ କମ୍ପିଇ ଦାଖଲ କଲେ ପ୍ରାର୍ଥିପତ୍ର।

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ। 

ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡିର ହେଭିଓ୍ଵେଟ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ବାବା ଧବଳେଶ୍ଵରଙ୍କ ପୀଠରେ ପୂଜାର୍ଚ୍ଚନା କରି ନିଜ ସ୍କୁଟରରେ ବାହାରି ଥିଲେ ପ୍ରାର୍ଥିପତ୍ର ଦାଖଲ କରିବାକୁ। ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସେହିପରି ପୁରୀ ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଦିନ ଦଳୀୟ ନେତା ଏବଂ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବା ସମୟରେ ନାଚିଥିଲେ ସମ୍ବିତ। ଜଣେ ବୟସ୍କା ମହିଳାଙ୍କ ସହ କିଛି ସମୟ ନାଚିବା ପରେ ସାଧାରଣ ଲୋକଙ୍କୁ ଭୋଟ ମାଗି ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇଥିଲେ ସମ୍ବିତ ପାତ୍ର। ଏହା ସହ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏପଟେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ। ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଅନ୍ୟପଟେ ପଦ୍ମପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏକ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Tags: #Politics #OdishaPolitics #AssemblyElections2024 #Odisha #BJP #BJD #Congress #Nomination

Comment