ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ ଲିଙ୍କ୍‌ରେ ନିର୍ମାଣଧୀନ ଛାତ ଭୁଶୁଡ଼ିବା ଘଟଣାର ଯାଞ୍ଚ କରିବ ଟେକ୍ନିକାଲ ଟିମ୍। ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍‌ ଗଠନ କରି ଖୁବ୍‌ଶୀଘ୍ର ଏହାର ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଛାତ ଭୁଶୁଡ଼ିବା ଘଟଣାରେ ଏୟାରପୋର୍ଟ ନିର୍ଦ୍ଦେଶକ ବିଭି ରାଓ କହିଛନ୍ତି, ‘‘ଏଏଆଇ ମୁଖ୍ୟାଳୟରେ ତଦନ୍ତ କମିଟି ଗଠନ କରାଯିବ। ଖୁବଶୀଘ୍ର କମିଟି ଭୁବନେଶ୍ୱର ଆସି ତଦନ୍ତ କରିବ।’’

ଅନ୍ୟପଟେ କମିସନରେଟ୍‌ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଠିକାଦାର ଦିଲୀପ ଖଟେଇ ଓ ଇଞ୍ଜିନିୟରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏୟାରପୋର୍ଟ ପରିସରରେ ବିଲ୍ଡିଂ ନିର୍ମାଣ କରୁଥିବା ଦିଲୀପ କନଷ୍ଟ୍ରକସନ୍‌ର ପରିଚାଳନା ନିର୍ଦ୍ଦେଶକ ହେଲେ ଦିଲୀପ। ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଦ୍ୟରେ ଲିଙ୍କ ବିଲ୍ଡିଂର ନିର୍ମାଣ କରୁଥିଲା ଦଲୀପ କନଷ୍ଟ୍ରକସନ୍‌।

Comment