ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ଗଲ୍ଲି ବୟ’ ଗତ କିଛି ଦିନ ହେବ ଖବରରେ ରହୁଛି। କେତେବେଳେ ଷ୍ଟାରକାଷ୍ଟକୁ ନେଇ ତ ଆଉ କେତେବେଳେ ଗୀତକୁ ନେଇ। ନିକଟରେ ରିଲିଜ ହୋଇଥିବା ଗୀତ ‘ଆପନା ଟାଇମ ଆଏଗା’ ଗୀତକୁ ଅନେକ ଲୋକ ପସନ୍ଦ କରିଛନ୍ତି।
ତେବେ ଏହି ଫିଲ୍ମର ଆଉ ଏକ ଗୀତ ସୋମବାର ରିଲିଜ୍ ହୋଇଛି। ଗୀତର ଟାଇଟଲ ରହିଛି ‘ଦୁରି’। ଏହି ଗୀତଟିକୁ ଗାଇଛନ୍ତି ରଣବୀର ସିଂ। ଫିଲ୍ମରେ ମୋଟ ୧୮ଟି ଗୀତ ରହିଛି।
ରଣବୀର ସିଂ ଗାଇଥିବା ଏହି ଗୀତକୁ ୪ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ରଣବୀରଙ୍କ ବ୍ୟତିତ ଫିଲ୍ମରେ ଆଲିଆ ଭଟ୍ଟ, କଲକି କୋଚଲିନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଏଥିପାଇଁ ବି ଖାସ୍ କାରଣ ପ୍ରଥମ ଥର ଲାଗି ଆଲିଆ ଓ ରଣବୀର ଏକାଠି ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଜୋୟା ଅଖତର ଦେଉଛନ୍ତି। ବକ୍ସ ଅଫିସରେ ଫିଲ୍ମ ‘ଗଲ୍ଲି ବୟ’ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଫିଲ୍ମ ରିଲିଜ୍ ହେବା ପରେ ଜଣା ପଡ଼ିବ।

















