ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଣବୀର ସିଂହ ଅନେକ ସମୟରେ ନିଜର ଆଫେଆର୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଆସନ୍ତୁ ନଜର ପକାଇବା କେଉଁମାନଙ୍କ ସହିତ ରଣବୀରଙ୍କ ଆଫେଆର୍ ବେଶ୍‍ ଚର୍ଚ୍ଚିତ ହୋ‍ଇଥିଲା…

ଆହନା ଦେଓଲ୍

ସ୍ୱପ୍ନ ସୁନ୍ଦରୀ ହେମା ମାଳିନୀଙ୍କ କନ୍ୟା ଆହନା ଦେଓଲ୍ ଓ ରଣବୀର ସିଂହ ଏକା କଲେଜରେ ପାଠ ପଢ଼ୁଥିଲେ। ଦୁହେଁ ସେ ସମୟରେ ପରସ୍ପରକୁ ଡେଟ୍ କରୁଥିଲେ ବୋଲି ଚର୍ଚ୍ଚା ହୁଏ। ଏ କଥାକୁ ପ୍ରେମ ବୋଲି ସ୍ୱୀକାର କରନ୍ତି ନାହିଁ ରଣବୀର।

ଅନୁଷ୍କା ଶର୍ମା

ବଲିଉଡର ଟପ୍ ନାୟିକା ଅନୁଷ୍କା ଶର୍ମାଙ୍କ ସହିତ ରଣବୀର ସିଂହଙ୍କର ଆଫେଆର୍ ଥିଲା ବୋଲି ଚର୍ଚ୍ଚା ହୁଏ। ଏ ଦୁହେଁ ‘ବ୍ୟାଣ୍ଡ୍ ବାଜ୍ ବାରାତ୍’ ସିନେମାରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ। ସେହି ସମୟରେ ରଣବୀର ଓ ଅନୁଷ୍କା ପରସ୍ପର ସହିତ ପ୍ରେମରେ ପଡ଼ିଥିଲେ। ସେମାନଙ୍କ ଆଫେଆର୍ ପାଇଁ ଦୁଇ ବର୍ଷ ଯାଏଁ ଚାଲିଥିଲା। ତା’ପରେ ବ୍ରେକ୍ ଅପ୍ ହୋଇଥିଲା।

ସୋନାକ୍ଷୀ ସିହ୍ନା

‘ଲୁଟେରା’ ସିନେମାରେ ଏକାଠି କାମ କରିବା ବେଳେ ସୋନାକ୍ଷୀ ସିହ୍ନାଙ୍କ ସହିତ ରଣବୀର ସିଂହଙ୍କ ନାଆଁ ଯୋଡ଼ା ଯାଇଥିଲା। କିନ୍ତୁ ଏକଥାକୁ ଉଭୟଙ୍କ ଭିତରୁ କେହି ବି ସ୍ୱୀକାର କରି ନଥିଲେ।

ଦୀପିକା ପାଦୁକୋନ୍

ଶେଷରେ ଦୀପିକାଙ୍କ ସହ ରଣବୀରଙ୍କ ନାଁ ଯୋଡ଼ି ହୋଇଥିଲା। ଏ ଦୁହେଁ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ରାମଲୀଲା’ରେ କାମ କରୁଥିବା ବେଳେ ଡେଟ୍ କରିଥିଲେ ଓ ସେମାନଙ୍କ ପ୍ରେମସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ରଣବୀର ଓ ଦୀପିକା ବିବାହ ବନ୍ଧନରେ ଆବଦ୍ଧ।

Comment