ଓଡ଼ିଶାଲାଇଭ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ସାକ୍ଷାତ କରିଛନ୍ତି। ରାହୁଲ ଗାନ୍ଧି ପାରିକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି।

ସାକ୍ଷାତ ନେଇ ରାହୁଲ ତାଙ୍କ ଟୁଇଟର ପେଜରେ ସୂଚନା ଦେଇଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଛନ୍ତି ରାହୁଲ ଗାନ୍ଧି। ରାହୁଲ ପାରିକରଙ୍କ ସୁସ୍ଥତା କାମନା କରିଛନ୍ତି।

ଗତ ଶୀତଅଧିବେଶନ ସମୟରେ ସଂସଦରେ ରାହୁଲ ରାଫେଲ ବିବାଦ ପ୍ରସଙ୍ଗରେ ପାରିକରଙ୍କ ନାଁ ନେଇଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ଅନ୍ୟପଟେ ପାରିକର ନିଜର ଚିକିତ୍ସା ଦେଶ ତଥା ଆମେରିକାରେ କରାଇ ସାରିଛନ୍ତି। ବିଦେଶରୁ ଚିକିତ୍ସା କରାଇ ଫେରିବା ପରେ ପାରିକର ପୁଣିଥରେ ମୂଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। ପାରିକର ଅସୁସ୍ଥତା ସତ୍ତ୍ୱେ ନିଜ ଦାୟିତ୍ୱକୁ ସୂଚାରୁରୂପେ ତୁଲାଉଛନ୍ତି।

Comment