ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଫେବ୍ରୁଆରି ୭ରେ ବିଧାନସଭା ଘେରିବ ବିଜେପି। ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ।

ବିଜେପି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟଙ୍କଧର ତ୍ରିପାଠୀ କହିଛନ୍ତି, “କେନ୍ଦ୍ରର ବିଜେପି ସରକାର ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚାହୁଁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି।

ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ଯୁବତୀ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ମିଳୁନାହିଁ। ଯେଉଁ ଯୁବକମାନେ ୧୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ ସେମାନେ କୌଣସି ନିଯୁକ୍ତି ପାଇ ନଥିବା ବେଳେ ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବେ ସେମାନେ ବି ଅନିଶ୍ଚିତତାରେ ରହିଛନ୍ତି।”

Comment