ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାର ଦିନ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ମତ ସବ୍ୟସ୍ତ କରୁଛନ୍ତି ଭୋଟର। ଏହାରି ମଧ୍ୟରେ ନିର୍ବାଚନ ପରିଚାଳନାରେ ତ୍ରୁଟି ଏବଂ ଦାୟିତ୍ଵରେ ଅବହେଳା କାରଣରୁ ଦୁଇ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରିବା ସହ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ପରିଚାଳନାରେ ଗୁରୁତର ତ୍ରୁଟି ପାଇଁ ୨ ଜଣ ପ୍ରିଜାଇଡିଂ ଅଫିସର ଏବଂ ଜଣେ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ କୁହାଯାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଛତ୍ରପୁର ୨୭ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଓ ୧୬୩ ନମ୍ବର ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ରହିଛି। ଏହା ସହ ଗୋପାଳପୁରର ୧୯୩ ବୁଥର ପୋଲିଂ ଅଫିରଙ୍କୁ ନିଲମ୍ବିତ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Tags: #Politics #OdishaPolitics #OdishaAssemblyElections2024 #Voting #Voters #Odisha #ECI #India #PrisidingOfficer #ArrestOrder

LEAVE A REPLY

Please enter your comment!
Please enter your name here