ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ରେଳ ଷ୍ଟେସନ୍ ବାହାରେ ଅଗ୍ନିକାଣ୍ଡ ଘଟିଛି। ରେଳ ଷ୍ଟେସନ୍ର ଯାତ୍ରୀ ବିଶ୍ରାମ ଗୃହ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସକାଳ ପ୍ରାୟ ୮ ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ବିଶ୍ରାମଗାର ବାହାରେ ଗଦା ହୋଇଥିବା ପ୍ଲାଷ୍ଟିକ୍ କାରଣରୁ ନିଆଁ ଲାଗିଥିଲା।
ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଅଗ୍ନିକାଣ୍ଡରେ କୌଣସି ଅଘଟଣ ଘଟି ନଥିବା ସୂଚନା ମିଳିଛି।


















