ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭୁବନେଶ୍ଵର ଆସୁଛନ୍ତି ବଲିଉଡ ଲୋକପ୍ରିୟ ଗାୟିକା ନେହା କକ୍କଡ। ତାଙ୍କ ସହିତ ଡିଜେ ସୁକେତୁଙ୍କୁ ଶୁଣିପାରିବେ ସଙ୍ଗୀତପ୍ରେମୀ।

ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ ଶନିବାର ଭୁବନେଶ୍ଵର ଆସୁଛନ୍ତି। ନେହାଙ୍କ ସୁମଧୁର ଗୀତରେ ଝୁମିବାର ସୁଯୋଗ ପାଇବେ ରାଜଧାନୀବାସୀ। ନେହାଙ୍କ ସହିତ ଡିଜେ ସୁକେତୁଙ୍କ ଡିଜେ ସଙ୍ଗୀତପ୍ରେମୀଙ୍କ ସନ୍ଧ୍ୟାକୁ ଆହୁରି ମନୋରମ କରିବ।

ଶନିବାର ଖଣ୍ଡଗିରି ଛକ କେସିଏ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବ ‘ଇମ୍ପେରିୟାଲ ବ୍ଲୁ ସୁପରହିଟ ନାଇଟ୍‌’ର ୫ମ ସଂସ୍କରଣ। ଲକ୍ଷ୍ନୌରୁ ନିଜର ଯାତ୍ରା ଆରମ୍ଭ କରିଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମ ଏଯାଏଁ ଗୌହାଟି, ମାଙ୍ଗାଲୋର, ଉଦୟପୁର, ଇନ୍ଦୋର ଭଳି ସହରରେ ଆୟୋଜିତ ହୋଇସାରିଛି।

ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଫରହାନ ଅଖତର, ସଲିମ ସୁଲେମାନ, ସୁଖବିନ୍ଦର ସିଂହ ଏବଂ ନୀତିନ ମୋହନ ପ୍ରମୁଖ ସଙ୍ଗୀତ ପରିବେଷଣ କରିସାରିଛନ୍ତି।

ଭୁବନେଶ୍ଵର ପରେ ବିଶାଖାପାଟଣାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

Comment