ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ସକାଳେ ଭାରତର ୪୦ତମ ଯୋଗାଯୋଗ ସାଟେଲାଇଟ୍‌ ‘ଜିସ୍ୟାଟ୍‌-୩୧’ର ଉତ୍‌କ୍ଷେପଣ ସଫଳ ହୋଇଛି। ଏହି ସାଟେଲାଇଟ୍‌କୁ ଭାରତ ବାହାରେ ଫ୍ରେଞ୍ଚ ଗୁଏନାଠାରେ ଉତ୍‌କ୍ଷେପଣ କରାଯାଇଥିଲା। ୨୦୧୯ ମସିହାରେ ଇସ୍ରୋ ପକ୍ଷରୁ ଏହା ତୃତୀୟ ସଫଳ ଉତ୍‌କ୍ଷେପଣ ବୋଲି ଜଣାଯାଇଛି।

‘ଜିସ୍ୟାଟ୍‌-୩୧’କୁ ଆମେରିକାର ଦକ୍ଷିଣ ଉପକୂଳ ନିକଟବର୍ତ୍ତୀ ତଥା ଫ୍ରାନ୍ସର ସୀମା ଭିତରେ ଥିବା କୌରୋଉ ସ୍ଥିତ ଏରିଏନ୍‌ ଲଞ୍ଚ କମ୍ପ୍ଲେକ୍ସରୁ ଉତ୍‌କ୍ଷେପଣ କରାଯାଇଛି। ଉତ୍‌କ୍ଷେପଣର ୪୨ ମିନିଟ୍‌ ପରେ ଏହା କକ୍ଷ ନିର୍ଦ୍ଦିଷ୍ଟ ପଥରେ ଅବସ୍ଥାପିତ ହୋଇଥିଲା।

ଉତ୍‌କ୍ଷେପଣ ପରେ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏସ୍‌ ପାଣ୍ଡିଆନ୍‌ ନିଜର ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ‘ଜିସ୍ୟାଟ୍‌-୩୧’ର ସଫଳ ଉତ୍‌କ୍ଷେପଣରେ ସେ ଆନନ୍ଦିତ ଅଛନ୍ତି। ଏହା ୨୦୧୯ ମସିହାରେ ଇସ୍ରୋର ତୃତୀୟ ସଫଳ ଉତ୍‌କ୍ଷେପଣ।

“ଜିସ୍ୟାଟ୍‌-୩୧ ଇନ୍‌ସ୍ୟାଟ୍‌ର ସ୍ଥାନ ନେବ। ବର୍ତ୍ତମାନ ଇନ୍‌ସ୍ୟାଟ୍‌ ସାଟେଲାଇଟ୍‌ର ଜୀବନକାଳ ସରିଆସୁଛି। ଜିସ୍ୟାଟ୍‌-୩୧ ବିଶେଷ କରି ଭାରତର ମୂଖ୍ୟଭୂମି ତଥା ଦ୍ୱୀପମାନଙ୍କୁ ଯୋଗାଯୋଗ ସେବା ଯୋଗାଇବ।”, ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ସିଭନ କହିଛନ୍ତି।

Comment