ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ମୋହନା, ଆର ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ୮୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଗଜପତି ଜିଲ୍ଲାରେ ୬୬ କୋଟି ୬୨ ଳକ୍ଷ ଟଙ୍କା ମୂଲ୍ୟର ୧୨୯ଟି ଜନହିତକାରୀ ପ୍ରକଳ୍ପ ଉଦ୍‌ଘାଟନ ଓ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାପରେ ଆର.ଉଦୟଗିରି ନିକଟ ଜିରାଙ୍ଗ ବୌଦ୍ଧ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ବୌଦ୍ଧ ଭିକ୍ଷୁ ଓ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ବୌଦ୍ଧ ଧର୍ମାବଲମ୍ବୀଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି

ମୁଖ୍ୟମନ୍ତ୍ରୀ ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଉଦବୋଧନ ଦେଇଛନ୍ତି।

Comment