ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀରର କୁଲଗାମରେ ଜବାହର ସୁଡ଼ଙ୍ଗ ପାଖରେ ତୁଷାରପାତ ଯୋଗୁଁ କେତେକେ ପୁଲିସକର୍ମୀ ବରଫ ସ୍ଖଳନ ଭିତରେ ଫସି ରହିଥିଲେ। ବରଫର ଏକ ବଡ ପାହାଡ ପୁଲିସ ପୋଷ୍ଟ ଉପରେ ପଡିଯାଇଥିଲା। ଯାହାଫଳରେ ୬ ପୁଲିସକର୍ମୀ, ୨ ଅଗ୍ନିଶମ କର୍ମୀ ଏବଂ ଦୁଇଜଣ କଏଦୀ ବରଫ ତଳେ ଦବି ଯାଇଥିଲେ।

ଘଟଣା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ବରଫ ସ୍ଖଳନର ୧୪ ଘଣ୍ଟା ପରେ ଜଣେ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ଯବାନ ହେଲେ ଗୁଲଜାର ଅହମ୍ମଦ।

ଜମ୍ମୁ କାଶ୍ମୀରରେ ଲଗାତାର ତୁଷାରପାତ ଯୋଗୁଁ ଜାତୀୟ ରାଜପଥରେ ଥିବା ଜବାହର ଟନେଲ ବନ୍ଦ ରହିଛି। ତୁଷାରପାତ ଯୋଗୁଁ ପୋଲିସ ଫାଣ୍ଡି ମଧ୍ୟ ବରଫରେ ଚାପି ହୋଇରହିଥିଲା।

ଯାହାଫଳରେ ଫାଣ୍ଡି ଭିତରେ କେତେ ଯବାନ ଫସି ରହିଥିଲେ। ଉଦ୍ଧାର ବେଳେ ପୋଲିସ ଫାଣ୍ଡି ଆଖପାଖ ବରଫ ପ୍ରଥମେ କଢ଼ା ଯାଇଥିଲା। ଏହାପରେ କାନ୍ଥ ଭାଙ୍ଗି ଯବାନଙ୍କୁ ଫାଣ୍ଡି ଭିତରୁ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହୋଇଥିବା ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment