ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ଲାଗି କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଏ ଯୋଜାନାରେ ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇ ସାରିଛି।
ତେବେ ଖୁବଶୀଘ୍ର ଚାଷୀଙ୍କୁ ୨ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି କୃଷି ମନ୍ତ୍ରୀ ଶନିବାର ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୫ହଜାର ଚାଷୀଙ୍କୁ ମିଳିଛି କାଳିଆ ଟଙ୍କା। ସେହିପରି ୨ୟ ପର୍ଯ୍ୟାୟରେ ୧୮ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ମିଳିବ।


















