ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ରବିବାର ଖେଳିବାକୁ ଯାଉଛି ଶେଷ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ହରାଇ ଟି-୨୦ ସିରିଜ ଜିତିବା ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ।

ନ୍ୟୁଜିଲାଣ୍ଡକୁ ଦିନିକିଆ ସିରିଜରେ ହରାଇବା ପରେ ଟିମ ଇଣ୍ଡିଆର ଲକ୍ଷ୍ୟ ବର୍ତ୍ତମାନ ଟି-୨୦ ସିରିଜ ଉପରେ। ହାମିଲଟନ୍‌ରେ ହେବାକୁ ଥିବା ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଦିନ ୧୨.୩୦ରେ ଆରମ୍ଭ ହେବ। ବର୍ତ୍ତମାନ ସରିଜ ୧-୧ରେ ବରାବର ସ୍ଥିତିରେ ଥିବାବେଳେ ରବିବାର କ୍ରିକେଟ ପ୍ରେମୀଙ୍କ ପାଇଁ ସୁପର ସନ୍‌ଡେ ହେବାକୁ ଯାଉଛି।

ବର୍ତ୍ତମାନ ଭାରତ ପାଖରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ପ୍ରଥମଥର ପାଇଁ କୌଣସି ଦ୍ୱିପକ୍ଷୀୟ ଟି-୨୦ ସିରିଜ ଜିତିବାର ମଉକା ରହିଛି। ଏହା ପୂର୍ବରୁ ୨୦୦୯-୦୯ରେ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୦-୨ରେ ହାରିଥିଲା।

ରବିବାର ସିରିଜର ଶେଷ ମ୍ୟାଚ ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ହେବାକୁ ଯାଉଛି, ଯେଉଁଠି ଭାରତ ପୂର୍ବ ମ୍ୟାଚରେ ମାତ୍ର ୯୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ତେଣୁ ଆସନ୍ତା ମ୍ୟାଚ ଟିମ୍‌ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Comment