ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମର ପାଇରେସିକୁ ରୋକିବା ଲାଗି ମୋଦି ସରକାର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଫିଲ୍ମ ରିଲିଜ୍‌ ହେବାର କିଛିଦିନ ମଧ୍ୟରେ ତାହା ଇଣ୍ଟରନେଟ କିମ୍ବା କୌଣସି ସୋସିଆଲ ମିଡ଼ିଆ ଲିକ୍‌ ହୋଇଯାଇଥାଏ। ଏହି ସମସ୍ୟାକୁ ରୋକିବା ଲାଗି ମୋଦି ସରକାର ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଆଣିବା ପାଇଁ ମଞ୍ଜୁରି ଦେଇଥିଲେ।

ମୋଦି ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏବେ ଯଦି କେହି ସିନେମା ହଲରେ ବସି ଫିଲ୍ମ ରେକର୍ଡିଂ କରୁଥିବା ପ୍ରମାଣ ମିଳିବ, ସେମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ। ଏହା ସହିତ ୩ ବର୍ଷ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ।

Comment