ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ପିଏମ୍‌ ବାଣୀ (Prime Minister wifi Access Network Interface) ଯୋଜନା ଲାଗୁ କରାଯିବ। ଏହି ଯୋଜନା ଅଧୀନରେ ଦେଶରେ ୧ କୋଟି ଡାଟା ସେଣ୍ଟର ଖୋଲାଯିବା ସହିତ ମାଗଣା ଓ୍ୱାଇ ଫାଇ ବ୍ୟବସ୍ଥା ଆରମ୍ଭ ହେବ। ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

ଗ୍ରାମାଞ୍ଚଳର ଲୋକମାନେ ଯେଭଳି ସୁବିଧାରେ ଇଣ୍ଟରନେଟ୍ ପାଇପାରିବେ ସେନେଇ ଏହି ଯୋଜନା କରାଯାଉଥିବା ସେ କହିଛନ୍ତି। ଏହି ଯୋଜନାରେ ସରକାର ପବ୍ଲିକ ଡାଟା ଅଫିସ ବା ପିଡିଓ ଖୋଲିବେ। ଏନେଇ କୌଣସି ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏହାସହିତ ଲାକ୍ଷାଦୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏଥରେ ୧୦୭୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ସେହିପରି ଅରୁଣାଚଳ ପ୍ରଦେଶରେ ୪ଜି ସୁବିଧା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here