ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର ଦୁଇ ଦିନ ପରେ ଭାଲେଣ୍ଟାଇନ୍ସ ଡେ। ଭାରତ ସମେତ ବିଭିନ୍ନ ଦେଶରେ ଯୁବପିଢ଼ି ଏହି ଦିନଟକୁ ବେଶ୍‌ ଉତ୍ସାହର ପାଳନ କରିଥାନ୍ତି।

ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ‘ଭାଲେଣ୍ଟାଇନ୍ସ ଡେ’ ‘ସିଷ୍ଟର ଡେ’ ଭାବେ ପାଳନ କରାଯାଉଛି। ଭାଲେଣ୍ଟାଇନ୍ସ ଡେ ପାଶ୍ଚାତ୍ୟ ପରମ୍ପରା ହୋଇଥିବାରୁ ଏହି ଦିନକୁ ସିଷ୍ଟର ଡେ ପାଳନ କରାଯାଉଛି।

ଏହି ଦେଶ ହେଉଛି ପାକିସ୍ତାନ। ଯେଉଁଠି ‘ଭାଲେଣ୍ଟାଇନ୍ସ ଡେ’ କୁ ଯୁବପିଢ଼ି ‘ସିଷ୍ଟର ଡେ’ ରୂପେ ପାଳନ କରୁଛନ୍ତି।

ପାକିସ୍ତାନର ଫୈଜଲବାଦ ଏଗ୍ରିକଲ୍ଚର ୟୁନିଭର୍ସିଟି ଏହି ନିର୍ଣ୍ଣୟ ନେଇଛି। ପାଶ୍ଚାତ୍ୟ ସଂସ୍କୃତିରେ ପରବର୍ତ୍ତନ କରି ପ୍ରାଚ୍ୟ ସଂସ୍କତିର ପ୍ରସାର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ୟୁନିଭିର୍ସିଟି କୁଳପତି ଜାଫର ଇକ୍‌ୱାଲ ଏନେଇ ୟୁନିଭର୍ସିଟି ୱେବସାଇଟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Comment