ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ କରୋଲ ବାଗ୍‌ର  ହୋଟେଲ ଅର୍ପିତ ପ୍ୟାଲେସ୍‌ରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଜୀବନ ବଞ୍ଚାଇବା ପାଇଁ ଲୋକେ ୪ ମହଲାରୁ ଡେଇଁ ପଡ଼ିଥିବା ସୂଚନା ମିଳିଛି।

ଦିଲ୍ଲୀର କରୋଲା ବାଗ୍‌ରେ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କରୋଲ ବାଗ୍‌ର ହୋଟେଲ ଅର୍ପିତ୍‌ ପ୍ୟାଲେସ୍‌ରେ ସକାଳ ୫ଟାରେଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ ଜଣ ପ୍ରାଣ ହରାଇଛନ୍ତି।

ଦୀର୍ଘ ୪ଘଣ୍ଟାର ଅପରେସନ ପରେ ୨୫ ଜଣ ଉଦ୍ଧାର ହୋଇଛନ୍ତି। ଘଟଣାର ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ୨୬ ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।

ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ସଟ୍‌ ସର୍କିଟ୍‌ ଯୋଗଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ୪ ମହଲାରୁ ଡେଇଁ ପଡ଼ିଥିବା ଜଣା ପଡ଼ିଛି।

Comment