ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫେବ୍ରୁଆରି ୧୪କୁ ସମସ୍ତେ ଭାଲେଣ୍ଟାଇନ୍ସ ଡେ ଭାବେ ସେଲିବ୍ରେଟ କରିଥାନ୍ତି। ଏହି ଡେକୁ କେବଳ ପ୍ରେମୀ ଯୁଗଳ ନୁହଁ ବରଂ ବିବାହିତା ଦମ୍ପତ୍ତି ବି ସ୍ମରଣୀୟ କରିବା ଲାଗି ଚେଷ୍ଟା କରିଥାନ୍ତି।

ତେବେ ନିକଟରେ ବିବାହ କରିଥିବା ରଣବୀର ସିଂ ଓ ଦୀପିକା ପାଦୁକୋଣ ବିବାହ ପରେ ସେମାନଙ୍କର ପ୍ରଥମ ଭାଲେଣ୍ଟାଇନ୍ସ ଡେ ପାଳନ କରିବେ।ଦୀପିକା ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି,”ମୁଁ  ଭାଲେଣ୍ଟାଇନ୍ସ ଡେରେ ରଣବୀରଙ୍କ ସହ ତାଙ୍କ ଫିଲ୍ମ ‘ଗଲିବୟ’ ଦେଖିବାକୁ ଯିବି।”

ଦୀପିକାଙ୍କ କଥାରୁ ଲାଗିଛି ଫିଲ୍ମ ଗଲି ବୟରୁ ନ୍ୟୁଉଲି ମ୍ୟାରେଡ କପଲ ନିଜର ଭାଲେଣ୍ଟାଇନ୍ସ ଡେ ସେଲିବ୍ରେଟ କରିବା ଆରମ୍ଭ କରିବେ।

Comment