ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନ।

ପ୍ରୟାଗରାଜ ଅରେଲ ଅଞ୍ଚଳର ସେକ୍ଟର ୨୦ରେ ଥିବା ତ୍ରିବେଣୀ ତମ୍ବୁ ସିଟିରେ ଲାଲଜୀ ଟଣ୍ଡନ ରହିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତମ୍ବୁରେ ନିଆଁ ଲାଗିଥିଲା। ଏହାପରେ ଲାଲଜୀ ଟଣ୍ଡନଙ୍କୁ ସେଥିରୁ ରକ୍ଷା କରାଯାଇ କୁମ୍ଭ ମେଳାର ସର୍କିଟ ହାଉସକୁ ସ୍ଥାନାନ୍ତରିତ କରାଯାଇଥିଲା।

ଏହି ଅଗ୍ନିକାଣ୍ଡରେ ରାଜ୍ୟପାଳଙ୍କ କିଛି ଅନିଷ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଥିବା ବେଳେ ତାଙ୍କର ମୋବାଇଲ, ଚଷମା ଓ ଘଣ୍ଟା ନିଆଁରେ ଜଳିଯାଇଛି। ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବୋଲି କୁହାଯାଉଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଆଗରୁ ମଧ୍ୟ କୁମ୍ଭ ମେଳାରେ ନିଆଁ ଲାଗିଥିଲା। କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତି ବେଳେ ଦିଗମ୍ବର ଆଖଡ଼ାର ୩ଟି ମଣ୍ଡପରେ ଅଗ୍ନିକାଣ୍ଡ ଘଟିଥିଲା।

Comment