ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନିରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇନଥିବାର ସୂଚନା ମିଳିଛି।

୨୦୧୮ରେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆ ରାମଜୋଡ଼ିରୁ ୭୧ ଜନଜାତି ପରିବାରକୁ ସ୍ଥାନାନ୍ତର କରି ଏଠାରେ ଥଇଥାନ କରାଯାଇଥିଲା। ଏହି କଲୋନିରେ ଖଡ଼ିଆ ଏବଂ ମାଙ୍କଡିଆ ଜନଜାତିର ଲୋକେ ବସବାସ କରୁଛନ୍ତି।

ପୂର୍ବରୁ ଗତ ଜାନୁଆରି ୨୪ ତାରିଖରେ ଏହି କଲୋନିରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ବିସ୍ଥାପିତଙ୍କ ୧୬ ବଖରା ଘର ପୋଡ଼ି ଯାଇଥିଲା। ଏହାସହ ଜଣେ ବ୍ୟକ୍ତି ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଏହି କଲୋନିରେ ଦ୍ୱିତୀୟ ଥର ପାଇଁ ନିଆଁ ଲାଗିଛି।

Comment