ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାରେ ହାତୀପଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାତିରେ କରଞ୍ଜିଆ ଏନ୍‌ଏସି ମଧ୍ୟରେ ୨୨ରୁ ଅଧିକ ହାତୀପଲ ପଶି ଆତଙ୍କ ଖେଳାଇଛନ୍ତି। ହାତୀପଲଙ୍କ ଉପଦ୍ରବରେ ଏନ୍‌ଏସିର ୧୫ ନମ୍ବର ୱାର୍ଡର ୨ଟି ଘର ଓ ଗୋଟିଏ ଦୋକାନ ଘର ଭାଙ୍ଗିଛି।

ଏହାସହ ଏନ୍‌ଏସି ମଧ୍ୟରେ ଥିବା ବନବିଭାଗର ଏକ ନର୍ସରୀରେ ହାତୀପଲ ପଶି ବ୍ୟାପକ ଭାଙ୍ଗାରୁଜା କରିଛନ୍ତି। ସପ୍ତାହେ ହେବ କରଞ୍ଜିଆ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।

ଗତ ଚାରି ଦିନ ତଳେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ କେନ୍ଦୁଝର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଦୀର୍ଘ ଚାରି ମାସ ହେବ କରଂଜିଆ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବରେ କ୍ଷୟକ୍ଷତି ଜାରି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ବାଟ ପାଉନି ବନବିଭାଗ। ଫଳରେ ଦିନକୁଦିନ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି।

Comment