ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୧୮ରୁ ଅଧିକ ଯବାନ ସହିଦ ହୋଇଥିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଟୁଇଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ।

“ଘଟଣାରେ ଗଭୀର ମର୍ମାହତ। ଏପରି କାପୁରୁଷ କାର୍ଯ୍ୟକୁ ନିନ୍ଦା କରୁଛି। ସହିଦଙ୍କ ପରିବାର ଲୋକଙ୍କୁ ଗଭୀର ସମାବେଦନା ଜଣାଉଛି”, ଟୁଇଟରରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସ ପସିସି ସଭାପତି ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଯବାନଙ୍କ ପରିବାର ଲୋକଙ୍କୁ ମଧ୍ୟ ସେ ଗଭୀର ସମବେଦନା ଜଣାଇଛନ୍ତି।

ଉରି ଆକ୍ରମଣ ପରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ।

ଜମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୧୮ରୁ ଜଣ ସିଆରପିଏଫ୍‌ ଯବାନ ସହିଦ୍‌ ହୋଇଛନ୍ତି। ପୁଲୱାମା  ଜିଲ୍ଲା ଗୋରିପୁରାରେ ଆତଙ୍କବାଦୀ ଆଇଡି ବିସ୍ପୋରଣ କରିବା ପରେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।

ଏଥିରେ ୧୮ରୁ ଅଧିକ  ସିଆରପିଏଫ୍‌ ଯବାନଙ୍କ ସହିଦ ହୋଇଥିଲାବେଳେ ୨୫ରୁ ଅଧିକ ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯବାନଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ‘ଜୈଶ ଏ ମହମ୍ମଦ’ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି।

ଶ୍ରୀନଗର- ହାଇୱେରେ ରୁଟିନ୍‌ ପେଟ୍ରୋଲିଂରେ ଯବାନଙ୍କ ଗାଡ଼ି ଯାଉଥିଲାବେଳେ ଆତଙ୍କବାଦୀ ଆଇଡି ବିସ୍ପୋରଣ କରିଥିଲେ।

ଯେଉଁ ଗାଡ଼ି ଉପରେ ଆ୍ରକମଣ କରାଯାଇଛି ସେଥିରେ ୨ ହଜାରରୁ ଅଧିକ ଯବାନ ଥିଲେ ବୋଲି ସୂଚନା ମିଳିଛି। ତେବେ ଏହା ବର୍ଷ ୨୦୧୯ରେ ସବୁଠାରୁ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ।

Comment