ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୱାନଡେ ଓ ଟି-୨୦ ସିରିଜ୍‌ ଲାଗି ଭାରତୀୟ ଟିମ୍‌ ୧୫ଫେବ୍ରୁଆରିରେ ଚୟନ କରାଯିବ। ଯେତେବେଳେ ଚୟନ କମିଟି ଖେଳାଳି ବାଛିବେ ସେତେବେଳେ ୩୦ ମେରେ ହେବାକୁ ଥିବା ୱାଲର୍ଡ କପ୍‌କୁ ଧ୍ୟାନରେ ରଖି ଘୋଷଣା କରିବେ। ବିଶ୍ୱକପ୍‌ ଲାଗି ୨ଜଣ ଖେଳାଳି ବାଛିବା ବାକିରହିଛି। ସେଥିରୁ ଗୋଟିଏ ବାମହାତୀ ବୋଲର୍‌ ବାକି ଅଛି। ଆଉ ଏହି ନାଁ ଲାଗି ଖଲ୍ଲି ଅହମଦ ଜୟଦେବ ଉନାଦକରଙ୍କଠୁ ବଡ ଟକ୍କର ମିଳୁଛି।

ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୱାନଡେ ଓ ଟି-୨୦ ସିରିଜ୍‌ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଶେଷ ସିରିଜ୍‌ ରହିବ।

ୱାନଡେ ପୂର୍ବରୁ ଦୁଇଟି ଟି-୨୦ ମ୍ୟାଚ୍‌ ହେବ। ଏଥିରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ।

ଚୟନ କର୍ତ୍ତା ବିଶ୍ୱକପ୍‌ ଲାଗି ୧୨ଜଣ  ଖେଳାଳିଙ୍କ ନାଁ ଫାଇନାଲ କରିଛନ୍ତି। ଆଶା କରାଯାଉଛି ଚୟନ କମିଟି ୧୬ରୁ ୧୭ଜଣ ଖେଳାଳିଙ୍କ ନାଁ ଚୟନ କରିପାରନ୍ତି। ଫାଇନାଲ ଲିଷ୍ଟ ଆସିବା ପରେ ହିଁ ସ୍ପଶ୍ଟ ହୋଇପାରିବ କେଉଁମାନେ ବିଶ୍ୱକପ୍‌ ଫାଇନାଲ ଖେଳିବେ।

Comment