ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା ବଲିଉଡ ଅଭିନେତା ନାସିର ଖାନ୍‌ ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ଫିଲ୍ମ ‘ସ୍ୟାଡୋ’ର ଅଭିନେତା ତଥା ସହ ପ୍ରଯୋଜକ ଥିବା ନାସିର୍ ବାଲେଶ୍ୱରର ଏକ ଚିଟଫଣ୍ଡ ସଂସ୍ଥା ଫାଇନ୍ ଇଣ୍ଡିଆ ସହ ସଂପୃକ୍ତ ଥିଲେ।

ଏହି ସଂସ୍ଥାରେ ଲୋକ ଟଙ୍କା ଜମା କରିଥିଲେ। ହେଲେ ଏହି ସଂସ୍ଥା ଲୋକଙ୍କ ସହ ଠକେଇ କରିଥିବା ଅଭିଯୋଗ ହୋଇଥିଲା।

୨୦୦୯ରେ ନାସିରଙ୍କୁ କଟକରୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଫାଇନ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ନାସିର୍।

Comment