ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଗୁରୁବାର ଦିନ ସିବିଆଇ କୋର୍ଟରେ ହାଜର ହେବେ। ୧୪ ଦିନ ଧରି ବିଚାର ବିଭାଗୀୟ ହାଜତରେ ରହିବା ପରେ ଅଭିଯୁକ୍ତମାନଙ୍କୁ ଆଜି ପୁଣି ସିବିଆଇ କୋର୍ଟରେ ହାଜର କରାଯିବ।

ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କରିଥିବାରୁ ଆଜି ଏହା ଉପରେ ଆଜି ଶୁଣାଣି ହେବାର ସମ୍ଭାବନା ରହିଛି।

ଗତ ଜୁନ ୨ ତାରିଖ, ଶୁକ୍ରବାର ରାତିରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ଦୁର୍ଘଟଣା ମାମଲରେ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ।

ବାହାନଗାଠାରେ ଘଟିଥିବା ଭୟଙ୍କର ଦୁର୍ଘଟଣା ପାଇଁ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିବାବେଳେ ଏହି କର୍ମଚାରୀମାନେ କିଏ ଏବଂ ସେମାନଙ୍କୁ କେବେ ଗିରଫ କରାଯିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି।

Tags: #BahanagaTrainTragedy #CBIInvestigation #CBICourt

Comment