ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନକୁ ସୁରୁଖୁରୁରେ କିପରି ପରିଚାଳନା କରାଯିବ ସେଥିପାଇଁ ତିନି ଦିନ ସମୀକ୍ଷା କରିଥିଲେ ନିର୍ବାଚନ କମିଶନର। ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ନିର୍ବାଚନ କମିଶନ ଏକ ପ୍ରେସମିଟ୍ କରିଛନ୍ତି। ଶୃଙ୍ଖଳିତ ନିର୍ବାଚନ ଉପରେ ଗରୁତ୍ୱ ଦେବା ନେଇ ଏହି ପ୍ରେସମିଟ କରିଥିଲେ ନିର୍ବାଚନ କମିଶନର। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ନୋଡାଲ ଅଫିସରଙ୍କ ସହ ମୁଖ୍ୟ ନିର୍ବାଚନ କମିଶନ ଆଲୋଚନା କରିଥିଲେ।
ନିରାପଦ ପରିବେଶରେ ନିର୍ବାଚନ ସାରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

“ନିର୍ବାଚନକୁ ଅବାଧ କରିବା ପାଇଁ ସିଟିକେନ୍ ଭିଜିଲାନ୍ସ ଆପ୍ ଲଞ୍ଚ କରାଯିବ। ଯଦି କିଛି ଅଭିଯୋଗ ଥାଏ ଏହି ଆପ୍ ଜରିଆରେ କୌଣସି ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ୍ ନେଇ ଆପ୍ରେ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ କରିପାରିବେ। ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିମାନଙ୍କୁ ଏଥିରେ ସୁଯୋଗ ମିଳିବ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ୧୦୦ ମିନିଟ୍ ଭିତରେ ଅବଗତ କରାଯିବ। ଆସନ୍ତା ୧୭ ଓ ୨୩ ତାରିଖରେ ଏକ କ୍ୟାମ୍ପ ହେବ”, ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ମୋଟ୍ ୩୬ ହଜାର ୬୦୬ଟି ପୋଲିଂ ଷ୍ଟେସନ୍ ଅଛି। ନିର୍ବାଚନ ବେଳେ ଟଙ୍କା ଭୋଟ୍ରଙ୍କୁ ପ୍ରଲୋଭିତ କରୁବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଏହି ଆପ୍ ଜରିଆରେ ରୋକାଯାଇପାରିବ।
ଲାଭାସଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୫ ଜଣିଆ ଟିମ୍ ନିର୍ବାଚନ ପୂର୍ବରୁ ସମସ୍ତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

୨୦୧୯ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ନୂତନ ଭୋଟରମାନଙ୍କୁ ଫେବ୍ରୁଆରି ମାସ ଶେଷ ସୁଦ୍ଧା ଭୋଟ ପରିଚୟପତ୍ର ବଣ୍ଟନ କରିବା ସହ ପ୍ରତି ବୁଥ୍ରେ ଗମନାଗମନ ଓ ବିଦ୍ୟୁତ ସଂଯୋଗ ସୁବିଧା କରିବାକୁ ନିର୍ବାଚନ କମିଶନର କହିଛନ୍ତି।
ଏହାସହ ନିର୍ବାଚନରେ ଖର୍ଚ୍ଚ କରାଯାଉଥିବା ଟଙ୍କା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି କମିଶନର। ଦିବ୍ୟାଙ୍ଗ ଭୋଟରମାନେ କିପରି ସୁରୁଖୁରୁରେ ମତଦାନ କରିବେ ସେ ଉପରେ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।


















