ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକ ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମରେ ବୟାନ ଦେଇଛନ୍ତି। ଆକ୍ରମଣର ନିର୍ଣ୍ଣାୟକ ମୁକାବିଲା କରାଯିବ ବୋଲି ସେ କହିଛନ୍ତି। ଆକ୍ରମଣ ପରେ ସମଗ୍ର ଦେଶରେ ଆକ୍ରୋଶ ବ୍ୟାପିଛି କହିଛନ୍ତି ରାଜନାଥ ସିଂହ।

ଏହି ବୈଠକରେ ସବୁ ଦଳ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ କରୁଛି ଏନଆଇଏ ଓ ଏନ୍‌ଏସ୍‌ଜି ଟିମ। ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ସେନେଇ ମିଳିତ ତଦନ୍ତ ଜାରି ରଖିଛି ଉଭୟ ଟିମ।

ଫରେନସିକ ଓ ଏଏସ୍‌ଜି ତଦନ୍ତର ପ୍ରାରମ୍ଭିକ ରିପୋର୍ଟରୁ  ବଡ଼ ଖୁଲାସା ମଧ୍ୟ ହୋଇଛି। ଆତଙ୍କୀ ଆକ୍ରମଣରେ ଆରଡିଏକ୍ସ ବ୍ୟବହାର ହୋଇଥିଲା। ଆକ୍ରମଣରେ ୧୫୦ରୁ ୨୦୦ ଗ୍ରାମ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର ହୋଇଥିଲା ବୋଲି ଜଣା ପଡ଼ିଛି। ସେନାର ୫ ନମ୍ବର ବସ୍‌ଟି ବୁଲେଟ ପ୍ରୁଫ୍‌ ନଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି।

Comment