ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ପୁଅ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଉଭୟଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଛି।

ସହିଦ ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ବିମାନ ବନ୍ଦର ପରିସରରେ ଭିଡ଼ ଲାଗିଛି। ସହିଦଙ୍କ ଗାଁ ଲୋକଙ୍କ ସମେତ ବିଭିନ୍ନ ଦଳର ରାଜନେତା ବିମାନବନ୍ଦର ପରିସରରେ ଭିଡ଼ ଜମାଇଛନ୍ତି। ଉଭୟଙ୍କୁ ବିମାନ ବନ୍ଦର ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ସିଆର୍‌ପିଏଫ୍‌ର ପୂର୍ବତନ ଡିଜି ପ୍ରକାଶ ମିଶ୍ର, ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର ଏବଂ ଡିସିପି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଗାର୍ଡ ଅଫ୍ ଅନର ପରେ ଦୁଇ ସହିଦଙ୍କ ମରଶରୀରକୁ ନିଜ ଜନ୍ମମାଟିକୁ ପଠାଯିବ। ସହିଦ ମନୋଜଙ୍କ ଘର ନିଆଳି ରତନପୁର ହୋଇଥିବା ବେଳେ ପ୍ରସନ୍ନଙ୍କ ଘର ଜଗତସିଂହପୁର ଜିଲ୍ଲାର ନାଉଗାଁରେ। ଜନ୍ମ ମାଟିରେ ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ।

Comment