ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

କରୋନା ପାଇଁ ରାଜ୍ୟର କିଛି ଅଞ୍ଚଳକୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ସମୟରେ ରାଜ୍ୟ ସରକାରଙ୍କ କେଉଁ ବିଭାଗ କାମ କରିବ ଏବଂ କେଉଁ ବିଭାଗ କାମ କରିବନି ସେନେଇ ସୂଚନା ଦିଆଯାଇଛି।

ଏଥିପାଇଁ ରାଜ୍ୟ ସରକାର ବିଭାଗଗୁଡ଼ିକୁ ତିନି ଭାଗରେ ବିଭକ୍ତ କରିଛନ୍ତି। କ୍ରିଟିକାଲ୍, ଆଶିଂକ କ୍ରିଟିକାଲ୍ ଓ ନନ୍- କ୍ରିଟିକାଲ୍ ଭାବରେ ବିଭକ୍ତ କରାଯାଇଛି।

କ୍ରିଟିକାଲ୍ ବିଭାଗର ସମସ୍ତ କର୍ମଚାରୀମାନେ ଲକ୍‌ଡାଉନ୍ ସମୟରେ ଅଫିସ୍ ଆସିବେ ବୋଲି କୁହାଯାଇଛି। ଅନ୍ୟପଟେ ଆଶିଂକ କ୍ରିଟିକାଲ୍ ବିଭାଗର କର୍ମଚାରୀମାନେ ଅଫିସ ଆସିବେ କି ନାହିଁ ସେନେଇ ସଚିବ ନିର୍ଦ୍ଧାରଣ କରିବେ। ସେହିପରି ନନ୍-କ୍ରିଟିକାଲ୍ ବିଭାଗରର କର୍ମଚାରୀମାନେ ଲକ୍‌ଡାଉନ୍ ସମୟରେ ଅଫିସ୍ ଆସିବେ ନାହିଁ ବୋଲି ସୂଚନା ଦିଆଯାଇଛି।

କ୍ରିଟିକାଲ୍ ବିଭାଗ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ସ୍ୱତନ୍ତ୍ର ରିଲିଫ୍ କମିସନର ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ।

ଆଶିଂକ କ୍ରିଟିକାଲ୍ ବିଭାଗ: ପରିବହନ ଓ ବାଣିଜ୍ୟ ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଅର୍ଥ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଶିଳ୍ପ ବିଭାଗ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ, କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ୱ ବିଭାଗ, ଏସସି ଓ ଏସଟି ଉନ୍ନୟନ ବିଭାଗ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ଓ ଶ୍ରମ ବିଭାଗ।

ନନ୍ କ୍ରିଟିକାଲ୍ ବିଭାଗ: କୃଷି ବିଭାଗ, ସମନ୍ଵୟ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ବୟନ ଓ ହସ୍ତଶିଳ୍ପ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଆଇନ୍ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ଯୋଜନା ଓ ସମ୍ମିଳନୀ ବିଭାଗ, ସାର୍ବଜନୀନ ଉଦ୍ୟୋଗ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଜଳସମ୍ପଦ ବିଭାଗ

Comment