ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ଏବେ ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିବା ବେଳେ ପାକିସ୍ତାନର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଭିଡ଼ିଓଟି ପାକିସ୍ତାନର ଏକ ସ୍କୁଲର ଅଟେ ଯେଉଁଠି ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଭାରତୀୟ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଏହା ପରେ କରାଚିରେ ଥିବା ଏହି ସ୍କୁଲର ପଞ୍ଜିକରଣକୁ କାଟିଦିଆଯାଇଛି। ସୂଚନାନୁସାରେ ସ୍କୁଲର ପିଲା ଭାରତୀୟ ଗୀତ ଗାଇଥିଲେ। ଯେଉଁ ଗୀତ ପରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ତ୍ରିରଙ୍ଗା ଥିବା ଦେଖିବାକୁ ମିଳିଛି।

କରାଚିର ଯେଉଁ ସ୍କୁଲର ଏହି ଭିଡ଼ିଓ ସେଠାକାର ପଞ୍ଜିକରଣ ହଟାଇବା ସହ ପାକିସ୍ତାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ,’’ଏକ ଶିକ୍ଷାନୁଷ୍ଠାନରେ ଏପରି ପ୍ରଦର୍ଶନ ରାଷ୍ଟ୍ରୀୟ ସମ୍ମାନର ବିରୋଧ ଅଟେ। ଯାହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ।’’

ଭିଡ଼ିଓରେ ପିଲାମାନେ ଫିର୍‌ ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ  ଗୀତରେ ନାଥୁଥିବା ଦେଖିବାକୁ ମିଳିଛି।

Comment