ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ହମଲାରେ ୪୨ ଯବାନ ସହିଦ ହେବା ଘଟଣାରେ ଆକ୍ରୋଶରେ ରହିଛି ପୁରା ଦେଶ। ସମଗ୍ର ଦେଶରେ ଲୋକେ ଏହାକୁ ବିରୋଧ ପ୍ରଦର୍ଶନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଦେଶବାସୀ ସରକାରଙ୍କୁ ନିବେଦନ କରୁଛନ୍ତି।

ଫିରୋଜାବାଦର ଜରସନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯୁବକମାନେ ଲଣ୍ଡା ହୋଇଛନ୍ତି। ସହିଦଙ୍କ ଆତ୍ମାର ଶାନ୍ତି ପାଇଁ ଯୁବକମାନେ ଯଜ୍ଞ କରିଛନ୍ତି। ବାଳକଠୁ ବୃଦ୍ଧ ଯାଏଁ ସମସ୍ତେ ଲଣ୍ଡା ହୋଇ ସହିଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଜରସନାରେ ହନୁମାନ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ୧୦୦ରୁ ଅଧିକ ସାମୁହିକ ଭାବେ ଲଣ୍ଡା ହୋଇଥିଲେ। ଏହାପରେ ସହିଦଙ୍କ ଅମର ଆତ୍ମାର ଶାନ୍ତି ପାଇଁ ହୋମ ଯଜ୍ଞ କରାଯାଇଥିଲା।

Comment