ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ ୩୦ରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍‌ ୨୦୧୯। ଯେତେକି ଯେତେକି ଏହି ତାରିଖ ପାଖଉଛି ସେତେକି ସେତିକି ୱାଲର୍ଡକପ୍‌ ଫାଇନାଲର ବିଜେତା କିଏ ହେବ ତାହକୁ ନେଇ ଅନୁମାନ ଲଗାଇବା ଆରମ୍ଭ ହୋଇଯ।ଇଛି।

କିଛିଦିନ ପୂର୍ବରୁ ସୁନିଲ ଗାଭାସ୍କର କହିଥିଲେ ବିଶ୍ୱକପ୍‌ ଜିତିବା ଦାବିଦାର ତାଲିକାରେ ପ୍ରଥମେ ଇଂଲଣ୍ଡ ଅଛି। ଏହା ସହିତ ସେ ଏହି ତାଲିକାରେ ଭାରତକୁ ଦ୍ୱିତୀୟ ନମ୍ବରରେ ରଖିଥିଲେ।

ମାତ୍ର ଗୋଟିଏ ଓଭରରେ ୬ଟି ଛକା ମାରିଥିବା ଦକ୍ଷିଣ ଆଫ୍ରିକାର ଖେଳାଳି ଗିବ୍ସ କହିଛନ୍ତି କି ଭାରତ ବିଶ୍ୱକପ୍‌ ୨୦୧୯ ଜିତିବାର ଦାବିଦାର ତାଲିକାରେ ପ୍ରଥମ ଲିଷ୍ଟରେ ଅଛି।  

ଏହାକହି ଗାଭାସ୍କରଙ୍କ ଅନୁମାନକୁ ଗିବ୍ସ ଓଲଟାଇଦେଇଛନ୍ତି। କାରଣ ଗାଭାସ୍କର ପ୍ରଥମେ ଇଂଲଣ୍ଡ ଓ ପରେ ୨ନମ୍ବରରେ ଭାରତକୁ ରଖିଥିଲେ।

ଏହାସହିତ ସେ ଆହୁରି କହିଛନ୍ତି କି,” ୱାର୍ଲ୍ଡ କପ୍‌ ଫାଇନାଲ ସବୁବେଳେ ଖୋଲା ଟୁର୍ଣ୍ଣାମେଣ୍ଟ ହୋଇଥାଏ। ଏଥର ଭାରତ ଓ ଇଂଲଣ୍ଡ ଦୁଇଟି ଟିମ୍‌ ଏଥିଲାଗି ବଡ ଦାବିଦାର ଅଟନ୍ତି। ମାତ୍ର ସେମିଫାଇନାଲ ମ୍ୟାଚ୍‌ କେଉଁ ଦଳ ଭିତରେ ହେବ ତାହା ଅନୁମାନ କରିବା କଷ୍ଟକର।”

Comment