ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହ୍ୟାଣ୍ଡସମ୍‌ ବୟ କୁହାଯାଉଥିବା ଜନ୍‌ ଆବ୍ରାହମ୍‌ ଗତ କିଛି ହେବ ବାଟଲା ହାଉସର ସୁଟିଂରେ ବିଜି ରହୁଛନ୍ତି। ଏହି ସମୟରେ ଜନ୍‌ଙ୍କୁ ଅନେକ ଯାଗାରେ ପୋଲିସ ଅଫିସର ଡ୍ରେସରେ ସ୍ପଟ କରାଯାଉଛି।

ମାତ୍ର ରିସେଣ୍ଟଲି ସେ ଏକ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି ଯାହାକୁ ନେଇ ବି ଟାଉନଠୁ ଆରମ୍ଭ କରି ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।  

ଜନ୍‌ ଜଣେ ହସିନାଙ୍କ ସହ ପାଗଳପନ୍ତି କରୁଥିବା ଦେଖିବାକୁ ମିଳିଛି।

ଆରେ ଆରେ ଶୁଣିକରି କଣ ଆଶ୍ଚର୍ଯ୍ୟ ହେଲେ କି। ବାସ୍ତବରେ ଜନ୍‌ ଏହା ଭିତରେ ତାଙ୍କ ଫିଲ୍ମ ପାଗଲପନ୍ତିର ସୁଟିଂ ଆରମ୍ଭ କରିଦେଇଛନ୍ତି।

 

View this post on Instagram

 

#Pagalpanti ? ? ??

A post shared by URVASHI RAUTELA ??Actor (@urvashirautela) on

ଏହି ଫିଲ୍ମରେ ଜନଙ୍କ ବିପକ୍ଷରେ ନାୟିକା ରହିବେ ସୁନ୍ଦରୀ ଉର୍ବଶୀ ରୌଉଟେଲା। ସୂଚନାନୁସାରେ ଏହି ଫିଲ୍ମର ସୁଟିଂ ୧୭ ଫେବ୍ରୁଆରିରୁ ଆରମ୍ଭ ହୋଇଛି। ଏହାସହିତ ସୁଟିଂ ସେଟର କିଛି ଫଟୋ ସୋସିଆଲ ମିଡ଼ିଆରେ ଆସିଛି। ସୁଟିଂ ସେଟର ମସ୍ତିଭରା ଫୋଟକୁ ଉର୍ବଶୀ ତାଙ୍କ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁ ଫଟୋରେ ସେ ପାଗଲପନ୍ତି କ୍ୟାପସନ୍‌ ଦେଇଛନ୍ତି।

Comment