ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ଏକ ମକବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ ଜୋତା ମାଡ଼ କରାଯାଏ। ଇଟାୱା ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ତିନି କିମି ଦୂର ଇଟାୱା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦଙ୍କର ୫ଶହ ବର୍ଷର ପୁରୁଣା ମକବରା ରହିଛି। ଏହି ମକରବାରେ ଫୁଲ ଧୂପ ପରିବର୍ତ୍ତେ ଜୋତା ମାଡ଼ କରାଯାଇଥାଏ। ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହେଲେ ସମାଧିକୁ ଜୋତାରେ ପିଟା ଯାଇଥାଏ।
ଲୋକେ କୁହନ୍ତି ଥରେ ଇଟାୱାର ବାଦଶାହ ଅଟେରୀର ରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ। ଯୁଦ୍ଧପରେ ଇଟାୱାର ବାଦଶାହ ଜାଣି ପାରିଲେ ଯେ, ଏହି ଯୁଦ୍ଧ ପାଇଁ ତାଙ୍କର ଦରବାରୀ ଭୋଲୁ ସୟଦ୍ ଦାୟୀ। ରାଗରେ ବାଦଶାହ ନିର୍ଦ୍ଦେଶରେ ସୟଦଙ୍କୁ ଜୋତାରେ ପିଟାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ସୟଦଙ୍କର ସମାଧି ତିଆରି କରାଯାଇଥିଲା। ସେବେଠାରୁ ଏଠାରେ ଜୋତା ମାରିବାର ପରମ୍ପରା ଚଳିଆସୁଛି। ନିଜର ତଥା ପରିବାରର ସୁରକ୍ଷିତ ଯାତ୍ରା ପାଇଁ ସୟଦଙ୍କ କବର ଉପରେ କମ୍ ସେ କମ୍ ୫ ଜୋତା ମାରିଥାନ୍ତି ଶ୍ରଦ୍ଧାଳୁ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ହୋଇଆସୁଅଛି ।


















