ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀରୁ ମାତା ’ମାହେଶ୍ୱରୀ’ ହୋଇଥିବା ଶ୍ୱେତା ମଲ୍ଲିକଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି

ଦିନେ ତାଙ୍କ ଅଭିନୟ ଓ ଡ୍ୟାନ୍ସ ଲୋକଙ୍କୁ ବିମୋହିତ କରୁଥିଲା। ତାଙ୍କର ପ୍ରତିଟି ଆଲବନ୍‌ ହେଉଥିଲା ହିଟ୍‌। ଫ୍ୟାନ ଅପେକ୍ଷା କରୁଥିଲେ ତାଙ୍କ ଗୀତକୁ। ଏମିତି ଜଣେ ଅଭିନେତ୍ରୀ ଥିଲେ ଓଲିଉଡର ଶ୍ୱେତା ମଲ୍ଲିକ। କିନ୍ତୁ ସେ ଏବେ ମାତା ସାଜି ସନ୍ୟାସିନୀ ହୋଇଛନ୍ତି।

ଶ୍ୱେତାଙ୍କୁ ଏବେ ଜୟପୁରରେ ଅନୁଷ୍ଠିତ ହେଉଥିବା କଲକୀ ମହାଯଜ୍ଞରେ ଦେଖିବାକୁ ମିଳିଛି। ସେଠି ସେ ଏବେ ଏକ ମହାଯଜ୍ଞ କରୁଛନ୍ତି। ଏହା ସହିତ ସେ ଏବେ ମାତା ମାହେଶ୍ୱରୀ ହୋଇ ପୂଜା ପାଉଛନ୍ତି।

ଜୟପୁରରେ ଆୟୋଜିତ ଯଜ୍ଞରେ ସପ୍ତଫେଣୀ ନାଗର ସିଂହାସନ ଉପରେ ବାବା ଅନନ୍ତକେଶରୀ ଏବଂ ପଦ୍ମଉପରେ ମାତା ମାହେଶ୍ୱରୀ ବସି ପୂଜା ପାଉଥିବା ଦେଖିବାକୁ ମିଳିଛି। ଗତ ୧୦ ତାରିଖରୁ ସେମାନେ ଯଜ୍ଞ କରୁଛନ୍ତି।

ବାବା ଓ ମାତାଙ୍କ ଦେହରେ ପାଟବସ୍ତ୍ର ଓ ବେକରେ ଫୁଳମାଳ ଶୋଭା ପାଉଛି। ଫାଖରେ ଅନେକ ପ୍ରଶଂସକ। ଯେଉଁମାନେ ଏମାନଙ୍କର ପୂଜା କରୁଛନ୍ତି। ଏହା ସହିତ ଯଜ୍ଞ ସ୍ଥଳରେ ମାତା ମାହେଶ୍ୱରୀଙ୍କର ଏକ ବିଶ୍ୱରୂପ ଫଟୋ ବି ଦେଖିବାକୁ ମିଳିଛି।

ଅନେକ ସଂଖ୍ୟାରେ ଲୋକ ଏହି ଯଜ୍ଞରେ ଉପସ୍ଥିତ ହେଉଛନ୍ତି। ସେମାନଙ୍କ କହିବା କଥା,”ଆମେ ଏଠିକୁ ଆସିଲେ ଆମର ରୋଗ ଭଲ ହେବା ସହ ମନୋସ୍କାମନା ପୂରଣ ହୋଇଥାଏ।” ଅନ୍ୟପଟେ ଅଭିନେତ୍ରୀରୁ ମାତା ’ମାହେଶ୍ୱରୀ’ ହୋଇଥିବା ଶ୍ୱେତା ମଲ୍ଲିକଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment